ଫିଲ୍ମରୁ ବ୍ରେକ୍‌ ନେବେନି କଙ୍ଗନା, ନିଜେ କଲେ ଖୁଲାସା

Published By : Prameya-News7 Bureau | June 28, 2024 IST

ମୁମ୍ଵାଇ ୨୮।୦୬: ସାଧାରଣ ନିର୍ବାଚନ ଫଳାଫଳ ପୂର୍ବରୁ କଙ୍ଗନା ରଣାୱତ   ଏକ ସାକ୍ଷାତକାରରେ କହିଥିଲେ, ନିର୍ବାଚନ ଜିତିଲେ  ସେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିଦେବେ । କିନ୍ତୁ ତାଜା ରିପୋର୍ଟ  ଅନୁସାରେ, କଙ୍ଗନା ସିନେ ଯାତ୍ରା ଜାରି ରଖିବେ । ତାଙ୍କର ଅତି  ଘନିଷ୍ଠ ବ୍ୟକ୍ତି ଏହା ସ୍ପଷ୍ଟ କରିଛନ୍ତି । କଙ୍ଗନାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଏମର୍ଜେନ୍ସି’କୁ  ନେଇ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଫିଲ୍ମଟି ‘ଚନ୍ଦୁ ଚାମ୍ପିଅନ୍‌’  ସହିତ ମୁକ୍ତିଲାଭ କରିଥାନ୍ତା । 

କିନ୍ତୁ କଙ୍ଗନା ନିର୍ବାଚନ ଯୋଗୁ ରିଲିଜ୍‌ ପାଇଁ   ତାରିଖ ଦେଇପାରିଲେ ନାହିଁ । ସଂସଦ ଅଧିବେଶନ ଶେଷ ହେବା ପରେ  ଫିଲ୍ମ ରିଲିଜ୍‌ ତାରିଖ ସ୍ପଷ୍ଟ ହେବ ବୋଲି କଙ୍ଗନାଙ୍କର ବିଶ୍ୱସ୍ତ ସୂତ୍ରରୁ  ଜଣାପଡ଼ିଛି । ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ଫିଲ୍ମଟି ମୁକ୍ତିଲାଭ   କରିବ । ଅପ୍‌କମିଙ୍ଗ ଫିଲ୍ମ ବିଷୟରେ କଙ୍ଗନା ଖୁବ୍‌ଶୀଘ୍ର ଘୋଷଣା  କରିପାରନ୍ତି । ଚର୍ଚ୍ଚା ହେଉଛି, ଆନନ୍ଦ ଏଲ୍‌ ରାୟଙ୍କ ‘ତନୁ ୱେଡ୍‌ସ   ମନୁ-୩’ ଓ ଅଲୌକିକ ଦେସାଇଙ୍କ ପୌରାଣିକ ଫିଲ୍ମ ‘ସୀତା-ଦ  ଇନ୍‌କାରନେସନ୍‌’ ଭଳି ଫିଲ୍ମ ତାଙ୍କ ହାତରେ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.